ରାଇରଙ୍ଗପୁର ସହର: ରାଇରଙ୍ଗପୁରରେ ପୁଣି ଦୋକାନରୁ ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି
ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରରେ ଚୋର ଗ୍ୟାଙ୍ଗ ସକ୍ରିୟ ହୋଇଥିବା ବେଳେ କିଛି ଦିନର ବ୍ୟବଧାନରେ ପୁଣି ବଡ଼ ଧରଣ ଚୋରି କରିଛନ୍ତି। ରାଇରଙ୍ଗପୁର ଗୋଲେଇ ନିକଟସ୍ଥ ଏକ ମୋବାଇଲ ଦୋକାନରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ମୋବାଇଲ ଚୋରି କରିଛନ୍ତି। ଶୀତୁଆ ରାତିରେ ଜନଶୂନ୍ୟ ଥିବାର ସୁଯୋଗ ନେଇ ଗତ ବିଳମ୍ବିତ ରାତିରେ ଛାତ ସ୍କାଇ ଲାଇଟ ଦେଇ ଦୋକାନକୁ ପ୍ରବେଶ କରି ମୋବାଇଲ ଚୋରି କରିଛନ୍ତି।