ରେଢ଼ାଖୋଲ ମିନି ଷ୍ଟାଡିୟମରେ ସାଂସଦ ଖେଳକୁଦ ମହୋତ୍ସବ ଉଦଯାପିତ lସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରର ମିନି ଷ୍ଟାଡିୟମରେ ଶୁକ୍ରବାର ଦୁଇ ଦିନିଆ ସାଂସଦ ଖେଳକୁଦ ମହୋତ୍ସବ ଉଦଯାପିତ ହୋଇଯାଇଛି । ଏଥିରେ ଅଞ୍ଚଳର ୨୬ ଟି ବିଦ୍ୟାଳୟ ଓ ୫ ଟି ମହାବିଦ୍ୟାଳୟରୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଆଜି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବେନ୍ଦ୍ର ମହାପାତ୍ର , ସମ୍ମାନିତ ଅତିଥି ଭାବେ ବିଡ଼ିଓ ରାଜେନ୍ଦ୍ର ପ୍ରସାଦ ସେନାପତି , ଏନଏସି ଉପାଧ୍ୟକ୍ଷା ଅନୁସୟା ପ୍ରଧାନ ଙ୍କ ସମେତ ଅନ୍ୟ ଅତିଥି ମାନେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉସ୍ଚାହିତ କରିଥିଲ