ନବରଙ୍ଗପୁର ଜିଲ୍ଲା ବୃହତ୍ତମ ପଞ୍ଚାୟତ ସମିତି କୋଷାଗୁମୁଡା ସଦର ମହକୁମାର ଦୁର୍ଗା ପୂଜା ମଣ୍ଡପ ପ୍ରାଙ୍ଗଣରେ ଆଜି କୋଷାଗୁମୁଡା ବ୍ଲକ ର ୨୬ ଗୋଟି ପଞ୍ଚାୟତ ର ଶିକ୍ଷିତ ବେକାରୀ ଯୁବକ ଯୁବତୀ ତଥା ଜିଲ୍ଲା ଭିତ୍ତିକ ସଙ୍ଗ ପକ୍ଷ ରୁ ଏକ ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ସମ୍ଭିଲୋନୀ ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଗତ ବର୍ଷ ତଥା ୨୦୨୪ରେ ନବରଙ୍ଗପୁର ଜିଲ୍ଲା ଲୋକପର୍ବ "ମଣ୍ଡେଇ" ଠାରେ ଆସି ଜିଲ୍ଲା ଭିତ୍ତିକ ସମସ୍ତ ଶିକ୍ଷିତ ଯୁବକ ଯୁବତୀ ମାନକୁ ଚାକିରୀ ପ୍ରଦାନ କରାଯିବ ବୋଲି ନିଜ ଅଭିଭାଷଣ ରେ କହିଥିଲେ ।