ସୋନପୁର: ଆଜି ମାର୍ଗଶୀର ର ଦ୍ବିତୀୟ ଗୁରୁବାର ଚଳ ଚଞ୍ଚଳ ସହରଠୁ ପୁରପଲ୍ଲୀ
ଆଜି ମାର୍ଗଶୀର ର ଦ୍ବିତୀୟ ଗୁରୁବାର।ଚଳ ଚଞ୍ଚଳ ପୁରପଲ୍ଲୀ ,ଚଣ୍ଡାଳ ଠାରୁ ବ୍ରାହ୍ମଣ ଯାଏଁ ସବୁରି ଘରେ ପରିଷ୍କାର ପରିଛନ୍ନତା , ସବୁରି ଘର ପରିଭ୍ରମଣ ରେ ଯିବେ ମା ସାଆନ୍ତାଣୀ ଲକ୍ଷ୍ମୀ ଠାକୁରାଣୀ ପରିଚରା ଯିବେ କୀଟୁ ବ୍ରହ୍ମ ପରିଯନ୍ତେ ସେଥିଲାଗି ସମସ୍ତେ ମା'ଙ୍କ ଆଗମନ ପାଇଁ ବ୍ୟସ୍ତ ଅଛନ୍ତି। ନୂଆ ଧାନର ନୂଆ ଧାନଶିଖା, ଧାନମାଣ ସହ ନୂଆ ଚାଉଳ ର ଖିରି ପିଠାପଣା ନୈବେଦ୍ଯ ସାଂଗକୁ ନୂଆ ଚାଉଳ ର ଝୋଟିଚିତା ରେ ସ୍ବାଗତ କରିବେ ମା ସାଆନ୍ତାଣୀ ଙ୍କୁ। ସବୁରି ଘର ଅଗଣା ରେ ଗୋବର ରେ ଲିପାପୋଛା ହୋଇ ଝୋଟିଚିତା ପଡ଼ୁଅଛି। ଆଜି ହୁଳହୁଳି ଗର୍ଜନ ରେ ପ୍ରକମ୍ପିତ ଗାଁ ଠୁ ସହର l