କେନ୍ଦୁଝର ସହର: କୁସୁନପୁର ଠାରେ କୁସୁନପୁର ଠାରୁ ବାଟହରିଚନ୍ଦନପୁର ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଘଷିପୁରା ବିଧାୟକ
କେନ୍ଦୁଝର ଜିଲ୍ଲା କୁସୁନପୁର ଠାରେ ନବନିର୍ମାଣ ହେବାକୁ ଯାଉଥିବା କୁସୁନପୁର ଠାରୁ ବାଟହରିଚନ୍ଦନପୁର ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି । ଆଜି ସକାଳ ପ୍ରାୟ ସାଢ଼େ ୧୦ଟା ସମୟରେ ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାର ଶୁଭ ସ୍ଥାପନ କରିଥିବା ବେଳେ ବିଭାଗୀୟ ଅଧିକାରୀ, ଯନ୍ତ୍ରୀଙ୍କ ସମେତ ବୁଦ୍ଧିଜୀବୀ ମାନେ ଉପସ୍ଥିତ ରହିଥିଲେ ।