ରାଜଗାଙ୍ଗପୁର: କୁତ୍ରା ହାଇସ୍କୁଲ ରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ୨୦୨୫ ଉଦଯାପିତ
ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ପିଏମଶ୍ରୀ ସରକାରୀ ହାଇସ୍କୁଲ ପ୍ରାଙ୍ଗଣରେ ଆଜି ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଆନୁଷ୍ଠାନିକ ଭାବେ ଉଦଯାପିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବ ରେ ସୁନ୍ଦରଗଡ଼ ଉପ ଜିଲ୍ଲାପାଳ ତେଜସ୍ବନୀ ବେହେରା ପ୍ରମୁଖ ଅଂଶ ଗ୍ରହଣ କରି ଛାତ୍ରଛାତ୍ରୀ ମାନଙ୍କର ଲୁକ୍କାୟିତ ପ୍ରତିଭାକୁ ବିକଶିତ କରିବାକୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ବୋଲି ମତବ୍ୟକ୍ତ କରିଥିଲେ।