ପୀତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁର ଜେଲ୍ ରେ ଥିବା ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କୁ ଓକିଲ ଦେଖା କରିବାକୁ ଅନୁମତି ଦେଉନାହାନ୍ତି ଜେଲ୍ କତୃପକ୍ଷ। ଯାହାକୁ ନେଇ ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ପିଟିସନ ଦାୟର ହୋଇଥିଲା। ଗୁରୁବାର ଏହାର ଶୁଣାଣି କରି ଓକିଲ ଦେଖା କରିବାକୁ ନେଇ ଅନୁମତି ପ୍ରଦାନ କରିଛନ୍ତି କୋର୍ଟ। ଗୁରୁବାର ଅପରାହ୍ନରେ ବ୍ରହ୍ମପୁର କୋର୍ଟ ପରିସରରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନଜୀବୀ ଦୀପକ ପଟ୍ଟନାୟକ ।