ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଅନ୍ତର୍ଗତ ବାରଗାଡ ଠାରେ ଝରିଆ ଗଉଡ଼ ସମାଜ ପକ୍ଷରୁ ଚାଲିଥିବା ପଞ୍ଚଦିବସୀୟ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦଯାପିତ ହୋଇଯାଇଛି। ଏଥିରେ ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ଝରିଆ ଗଉଡ଼ ସମାଜର ମୋଟ ୧୬ ଗୋଟି ଦଳ ଅନ୍ଶଗ୍ରହଣ କରିଥିଲେ। ଏହାର ଫାଇନାଲ ମ୍ୟାଚରେ ଗଉଡ଼ ପାନପାଲି ଦଳ କୁ ପରାସ୍ତ କରି ଝାରସୁଗୁଡ଼ା ଜିଲ୍ଲା ମୁରାଦିପାଲି ଦଳ ଚାମ୍ପିଆନ ହୋଇ ଥିଲା। ସନ୍ଧ୍ୟା ୭ ଟାରେ ଆୟୋଜିତ ହୋଇଥିବା ଏହାର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଯାଦଵ ସମାଜ ସଭାପତି ବିରଞ୍ଚି ନାରାୟଣ ଦର୍କା ଯୋଗ ଦେଇ ଉତ୍ସାହିତ କରିଥିଲେ।