କବିସୂର୍ଯ୍ୟନଗର: ଲଛିପୁର ଠାରୁ ଗୋପାଳପୁର ରାସ୍ତା ବେହାଲ, ଅଭିଯୋଗ ଶୁଣାଣିରେ ଦାବିପତ୍ର,ବିପଦ ସଂକୁଳ ଅବସ୍ଥାରେ ପୋଲ।
ଗତ ସୋମବାର ଦିନ ତାଳସର ପଂଚାୟତରେ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଲଛିପୁର ଠାରୁ ଗୋପାଳପୁର ପର୍ଯ୍ୟନ୍ତ ରାସ୍ତାର ଉର୍ନତି କରଣ ପାଇଁ ଅଭିଯୋଗ ଆସିଥିଲା । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସାଙ୍କୁଡ଼ା ପଞ୍ଚାୟତର ଲଛିପୁର ଠାରୁ ତାଳସର ପଞ୍ଚାୟତର ଗୋପାଳପୁର ପର୍ଯ୍ୟନ୍ତ ଦୀର୍ଘ ୩ କିମି ୬୦୦ ମିଟର ରାସ୍ତା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ନିର୍ମାଣ ହେବା ପାଇଁ ୧କୋଟି ୨୩ଲକ୍ଷ ୭୦ ହଜାର ଟଙ୍କା ଅନୁଦାନ ଆସିଥିବା ବେଳେ ଏହି କାର୍ଯ୍ୟ ୦୪/୦୬/୨୦୧୮ ରେ ଆରମ୍ଭ ହୋଇ ୦୩/୦୩/୨୦୧୯ ରେ ସରିବା ପାଇଁ ସୂଚନା ଫଳକରେ ଉଲ୍ଲେଖ ରହିଛି।