ସର୍ଗୁଲ ଗ୍ରାମ ପଞ୍ଚାୟତ ଜାଗୃତି କ୍ଲବ ପ୍ରାଙ୍ଗଣରେ ଶ୍ରୀରାମ କମିଟି ଓ ନୀଷ୍ଟା ପରିବାର ଦ୍ଵାରା ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଉକ୍ତ ଶିବିରରେ ସମ୍ମାନୀତ ଅତିଥି ଭାବେ ଲୋଇସିଂହା ବିଧାୟକ ଙ୍କ ପ୍ରତିନିଧି ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଶିବିରରେ ୬୦ରୁ ଅଧିକ ଭାଇ ଭଉଣୀମାନେ ରକ୍ତଦାନ କରି ସମାଜ ସେବାର ଉତ୍କୃଷ୍ଟ ଉଦାହରଣ ସୃଷ୍ଟି କରିଥିଲେ। ଶ୍ରୀରାମ କମିଟି ଓ ନୀଷ୍ଟା ପରିବାର ଦ୍ଵାରା ଏହି ରକ୍ତଦାନ ଶିବିର ସଫଳ ମଣ୍ଡିତ ହେବା ପାଇଁ ସମସ୍ତ ରକ୍ତଦାତାଙ୍କୁ ଅଭିନନ୍ଦନ ଜଣା ଯାଇ ଥିଲା