ଜୟପୁର: ଜୟପୁର ସଦର ଥାନା ଅନ୍ତର୍ଗତ ନିଳାଗୁଡା ଜଙ୍ଗଲରେ ଅବକାରି ଚଢାଉ
ଜୟପୁର ସଦର ଥାନା ଅନ୍ତର୍ଗତ ନିଳାଗୁଡା ଜଙ୍ଗଲରେ ଆଜି ଅପରାହ୍ନ ୧ ଘଣ୍ଟା ସମୟର ଅବକାରି ଚଢାଉ ହୋଇଛି । ଦେଶି ଓ ବିଷାକ୍ତ ମଦ ପ୍ରସ୍ତୁତ ସହ ଲୁଚାଇ ରଖିଥିବା ସୁଚନା ପାଇ ଜୟପୁର ଅବକାରି ନିରିକ୍ଷକ କାଯ୍ୟାଳୟ ତରଫରୁ ଚଢାଉ କରାଯାଇଛି । ଚଢାଉ ସୁଚନା ପାଇ ମଦ ମାଫିଆ ମାନେ ଚମ୍ପଟ ମାରିଥିବା ବେଳେ ଅବକାରି ବିଭାଗ ବହୁ ମଦ ଭାଟି ଭାଙ୍ଗିବା ସହ ୬ ହଜାର ଲିଟର ପୋଚ ଓ ୩୫୦ ଲିଟର ଦେଶି ମଦ ଜବତ କରି ନଷ୍ଟ କରିଛି । ଚଢାଉରେ ଅବକାରି ନିରିକ୍ଷକ ଶଶି କାନ୍ତ ଦତ୍ତ, ଚନ୍ଦ୍ର ଶେଖର ପଢିହାରି , ଅବକାରି ଥାନା ଓଆଇସି ସୁବ୍ରତ କେଶୋରି ହିରନ ଉପସ୍ଥିତ ଥିଲେ ।