ଗଞ୍ଜାମ ଜିଲ୍ଲା ଚିକିଟୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚିକିଟିଗଡ଼ କୁମ୍ଭାର ସାହିର ଭକ୍ତ ବତ୍ସଳ ବେହେରାଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସହାୟତା ଘୋଷଣା କରିଥିଲେ। ଶୁକ୍ରବାର ଅପରାହ୍ନରେ ଚିକିଟି ବିଧାୟକ ଉକ୍ତ ପରିବାର ନିକଟରେ ପହଞ୍ଚି ସହାୟତା ରାଶି ପ୍ରଦାନ କରିଛନ୍ତି।