କୋରାପୁଟ ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ବାହୁଡ଼ା ଯାତ୍ରା ଉପଲକ୍ଷେ ଠାକୁରଙ୍କ ପହଣ୍ଡି ଶେଷ। ଝିପିଝିପି ବର୍ଷାରେ ପହଣ୍ଡିରେ ରଥାରୁଢ଼ ହେଲେ ଚତୁର୍ଦ୍ଧାମୂର୍ତ୍ତି। ଶ୍ରଦ୍ଧାଳୁଙ୍କ ଗହଣରେ ସୁରକ୍ଷା ବଳୟରେ ରଥାରୁଢ଼ ହୋଇ ଦିନ ୧୧ ଟା ସମୟରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ସୁରକ୍ଷା ନେଇ ପୋଲିସ ମୃତୟନ ହୋଇଛନ୍ତି। ନିତି ନିର୍ଘଣ୍ଟ ଅନୁସାରେ ରଥ ଟଣା ଅନୁଷ୍ଠିତ ହେବା ନେଇ ସୂଚନା ରହିଛି। ମନ୍ଦିର ପରିଚାଳନା କମିଟି ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି।