ରଣପୁର: ରଣପୁର ମଣିନାଗ ସାହିରୁ ଶାଶୁ ଘରୁ ବୋହୂର ମୃତଦେହ ଉଦ୍ଧାର,ରଣପୁର ଥାନାରେ ହତ୍ୟା ଅଭିଯୋଗ ଆଣିଲେ ଝିଅର ପରିବାର ଲୋକ
ଶାଶୂଘରୁ ବୋହୂର ମୃତଦେହ ଉଦ୍ଧାର, ଝିଅକୁ ଶାଶୁଘର ଲୋକେ ମାରିଦେଇଥିବା ନେଇ ରଣପୁର ଥାନାରେ ଅଭିଯୋଗ କଲେ ଝିଅର ପରିବାର ଲୋକେ l ସୂଚନା ଅନୁସାରେ, ୭ବର୍ଷ ତଳେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ପଣସପୁର ଗ୍ରାମର ବସନ୍ତ ମହାରଣାଙ୍କ ବଡ଼ ଝିଅ ସଂନ୍ଧ୍ୟାରାଣୀ ମହାରଣାଙ୍କ ସହିତ ନୟାଗଡ ଜିଲ୍ଲା ରଣପୁର ମାଣିନାଗ ସାହିର ବିଷ୍ଣୁ ପ୍ରସାଦ ମହାରଣାଙ୍କୁ ବିବାହ କରିଥିଲେ l ଉଭୟଙ୍କର ଗୋଟିଏ ଝିଅ ଓ ପୁଅଟିଏ ଥିବା ବେଳେ କିଛି ଦିନହେବ ସ୍ୱାମୀ ଓ ସ୍ତ୍ରୀ ମଧ୍ୟ୍ୟରେ ପାରିବାରିକ କଳହ ଲାଗିରହିଥିଲା। ରଣପୁର ଥାନା ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।