ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅବସରରେ ଆଜି ପୁଇଁନ୍ତଲା ଥାନାରେ ସତ୍ୟନିଷ୍ଠା ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଥାନା ଅଧିକାରିଣୀ ଅନିତା ପ୍ରଧାନ ଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମସ୍ତ ପୋଲିସ କର୍ମଚାରୀ ନିଜ କର୍ତ୍ତବ୍ୟ ପାଳନରେ ସତ୍ୟ, ନିଷ୍ଠା ଓ ପାରଦର୍ଶିତା ରଖିବାକୁ ଶପଥ ଗ୍ରହଣ କରିଲେ। ଏହି ଅବସରରେ ଥାନା ଅଧିକାରିଣୀ ଦୁର୍ନୀତି ମୁକ୍ତ ଶାସନ ଓ ସଚେତନ ସମାଜ ଗଠନରେ ସମସ୍ତଙ୍କ ସହଯୋଗ ଆହ୍ୱାନ କରିଲେ।