ଖଲ୍ଲିକୋଟ୍: କାଜୁ ଲିଜ କୁ ପ୍ରତ୍ୟାହାର ନେଇ ଭୀଟା ମାଟି ସୁରକ୍ଷା ମଞ୍ଚ ପକ୍ଷରୁ ଓଡ଼ିଶା ବନ ଉନ୍ନୟନ ନିଗମ ଉପଖଣ୍ଡିୟ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ...
ଆଦିବାସୀ ଅଧ୍ୟୁଷିତ ବାଦପଲ୍ଲୀ ପଞ୍ଚାୟତରେ କାଜୁ ଲିଜ କୁ ପ୍ରତ୍ୟାହାର କରିବା ନେଇ ଆଜି ଭୀଟା ମାଟି ସୁରକ୍ଷା ମଞ୍ଚ ପକ୍ଷରୁ ଆଜି ଅପରାହ୍ନ ୨ ଟା ସମୟରେ ଶତାଧିକ ଆଦିବାସୀ ମହିଳା ଓ ପୁରୁଷ ଓଡ଼ିଶା ବନ ଉନ୍ନୟନ ନିଗମ ଖଲ୍ଲିକୋଟ ଉପଖଣ୍ଡିୟ ପରିଚାଳକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ସେପଟେ ଆଇନ ଶୃଙ୍ଖଳା ପରିସ୍ଥିତି କୁ ଦୃଷ୍ଟିରେ ରଖି ଖଲ୍ଲିକୋଟ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ, ଥାନା ଅତିରିକ୍ତ ଆଇଆଇସି ପୂର୍ଣ୍ଣ ଚନ୍ଦ୍ର କିଶାନ, କେଶବ ଷଡ଼ଙ୍ଗୀଙ୍କ ସହ ପୋଲିସ ଟିମ୍ ଉପସ୍ଥିତ ଥିଲେ ।