ଟିଟିଲାଗଡ଼ - ଦୀର୍ଘ ୯ ବର୍ଷର ବ୍ୟବଧାନ ପରେ ଟିଟିଲାଗଡ଼ ସହରରେ ଚଳିତ ବର୍ଷ ପୁଣି ଥରେ ଆରମ୍ଭ ହେଲା ଅଲ୍ ଓଡିଶା ବ୍ୟାଡ ମିଣ୍ଟନ ପ୍ରତିଯୋଗିତା। ଟିଟିଲାଗଡ଼ ଲାୟନ୍ସ କ୍ଲବ ଓ ଲିଓ କ୍ଲବ ଦ୍ଵାରା ଆୟୋଜିତ ଏବଂ ଟିଟିଲାଗଡ଼ ବ୍ୟାଡ ମିଣ୍ଟନ ଆସୋଶିଏସନର ସହଭାଗିତାରେ ମଙ୍ଗଳବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭା ସାଂସଦ ଶ୍ରୀଯୁକ୍ତ ନିରଞ୍ଜନ ବିଶି ଯୋଗ ଦେଇଥିଲେ। ଏହି ଅବସରରେ ଟିଟିଲାଗଡ଼ ବ୍ୟାଡ ମିଣ୍ଟନ ଆସୋସିଏସନର ସଭାପତି ତଥା ଲାୟନ କ୍ଲବର ସଦସ୍ୟ ପ୍ରମୋଦ କୁମାର ପ୍ରଧାନ ଏହି ଉଦ୍ଘାଟନ ଅବସରରେ କହିଥିଲେ