ବିଜେଡି କମିଟିରେ ପୂର୍ବରୁ ଜିଲ୍ଲା ସଭାପତି ହରିଶ ଗଣତ୍ରା ରହିଥିବା ବେଳେ ଆଜି ଉପସଭାପତି ଭାବେ ବ୍ରଜରାଜନଗର ପୂର୍ବତନ ନଗରପାଳ ନନ୍ଦକିଶୋର ଅଗ୍ରୱାଲ ଙ୍କୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ମନୋନୀତ କରିଛନ୍ତି । ସେହିପରି ଝାରସୁଗୁଡ଼ା ପୌରାଞ୍ଚଳ ପାଇଁ ରଘୁନନ୍ଦନ ପାଢ଼ୀ(ପିଣ୍ଟୁ ପାଢ଼ୀ)ଙ୍କୁ ଗୁରୁଦାୟିତ୍ୱ ଦେଇ ସାଧାରଣ ସମ୍ପାଦକ ଭାବେ ମନୋନୀତ କରାଯାଇଛି । ଅପରପକ୍ଷରେ ପବନ ସିଂହ ଯାଦବ, ଲକ୍ଷ୍ମଣ ସାହୁ, ଭବାନୀ ସା,ସନ୍ତୋଷ କୁମାର ମହାନ୍ତି ପ୍ରମୁଖ ଙ୍କୁ ବିଭିନ୍ନ ବ୍ଲକର ସାଧାରଣ ସମ୍ପାଦକ ଭାବେ ମନୋନୀତ କରାଯାଇଛି ।