ଜୟପୁର: ଜୟପୁର ସଦର ଥାନା ଅନ୍ତର୍ଗତ ରଣ୍ତାପାଲି ନିକଟରେ ୧୦୮ ଆମ୍ବୁଲାନ୍ସ ଧକ୍କାରେ ୩ଜଣ ଆହାତ ହୋଇଥିବା ନେଇ ସଦର ଥାନାରେ ଅଭିଯୋଗ
ଜୟପୁର ସଦର ଥାନା ଅନ୍ତର୍ଗତ ରଣ୍ତାପାଲି ନିକଟରେ ୧୦୮ ଆମ୍ବୁଲାନ୍ସ ଧକ୍କାରେ ୩ଜଣ ଆହାତ ହୋଇଥିବା ନେଇ ସଦର ଥାନାରେ ଆଜି ସଂନ୍ଧ୍ୟା 6ଟାରେ ଅଭିଯୋଗ ହୋଇଥିବା ନେଇ ସଦର ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି। ଗତକାଲି ରାତ୍ର ପ୍ରାୟ ସାଢେ ଗୋଟାଏ ସମୟରେ ଜୟପୁର ଠାରୁ ଜୟନ୍ତଗିରି ଅଭିମୁଖେ ଯାଉଥିବା ବେଳେ ବିପରିତ ଦିଗରୁ ଏକ ଟିପ୍ପର ଆସି ଧକ୍କା ଦେଇଥିଲା। ଯାହା ଫଳରେ ଆମ୍ଭୁଲାନ୍ସରେ ଥିବା ୩ଜଣ କର୍ମଚାରୀ ଆହାତ ହୋଇଛନ୍ତି। ଭଗବାନ ବିଷୋୟୀ ,ଆଲୋକ ବେହେରା ଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସିନ୍ଧୁ ତନ୍ତି ଙ୍କୁ ସାମାନ୍ୟ ଆଘାତ ଲାଗିଛି।