ଆଜି ଅପରାହ୍ନ ୨ଟା ସମୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇ ଥିଲା । ଏହି ବୈଠକରେ ବିଇଓ ଅମୃତା ସାହୁ ସଭାପତିତ୍ବ କରିଥିଲେ । ଗତକାଲି ଅନୁଷ୍ଠିତ ହୋଇଥିବା ବିଜ୍ଞାନ ପ୍ରଦର୍ଶନୀର ସମୀକ୍ଷା କରି ସି ଆର ସି ସି ମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଆସନ୍ତା କାଲି ଠାରୁ NPS ଶିକ୍ଷକ ମାନେ ଭୂବନେଶ୍ବର ଆନ୍ଦୋଳନକୁ ଯାଉଥିବାରୁ ବିଭିନ୍ନ ବିଦ୍ୟାଳୟକୁ ବିଦ୍ୟାଳୟ କାର୍ଯ୍ୟ ପାଇଁ ଅନ୍ଯ ବିଦ୍ୟାଳୟରୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।