ବାସୁଦେବପୁର: ବଡ ଆନନ୍ଦପୁରରେ ସ୍ତ୍ରୀକୁ ହତ୍ୟା କରିବା ଅଭିଯୋଗରେ ସ୍ୱାମୀକୁ ଗିରଫ କଲା ବାସୁଦେବପୁର ପୋଲିସ ସାମ୍ବାଦିକ ସମିଳନୀ ଜରିଆରେ ସୂଚନା
ବଡ ଆନନ୍ଦପୁରରେ ସ୍ତ୍ରୀକୁ ହତ୍ୟା କରି ଫେରାର ଥିବା ସ୍ୱାମୀକୁ ଗିରଫ କରି ଆଜି କୋର୍ଟ ଚାଲାଣ କଲା ବାସୁଦେବପୁର ପୋଲିସ । ଏନେଇ ଆଜି ବାସୁଦେବପୁର ଥାନା ପରିସରରେ ଅପରାହ୍ଣ 3ଟାରେ ସାମ୍ବାଦିକ ସମିଳନୀ ମାଧ୍ୟମରେ ସୂଚନା ପୋଲିସ ଦେଇଛି । ଗତ 23.4.23 ରିଖରେ ବାସୁଦେବପୁର ବ୍ଲକ ବଡ ଆନନ୍ଦପୁରର କିଶୋର ଜେନାଙ୍କ ସ୍ତ୍ରୀ ବନଲତାଙ୍କୁ ପରିବାର ଲୋକ ମିଶି ହତ୍ୟା କରିଥିବା ନେଇ ବାସୁଦେବପୁର ଥାନାରେ ବନଲତା ଙ୍କ ମା ଅଭିଯୋଗ କରିଥିଲେ । ଶେଷରେ ଆଜି ଦୀର୍ଘ 1ବର୍ଷ ପରେ ତାର ସ୍ୱାମୀକୁ ବେତଡ଼ା ଠାରୁ ବାସୁଦେବପୁର ପୋଲିସ ଗିରଫ କରିଥିବା ନେଇ SDPO ସୌରଭ ଓତ୍ତା କହିଛନ୍ତି ।