ଭଟଲି: କମଗାଁ କଲେଜରେ ସାଇନିଂ ଷ୍ଟାର କାର୍ଯ୍ୟକ୍ରମ ଉଦଯାପିତ
କମଗାଁ କଲେଜରେ ସାଇନିଂ ଷ୍ଟାର କାର୍ଯ୍ୟକ୍ରମ ଉଦଯାପିତ:ଭଟଲି ବ୍ଲକ ଅନ୍ତର୍ଗତ କମଗାଁ କଲେଜରେ ବରଗଡ଼ ଜିଲ୍ଲାସ୍ତରୀୟ ତିନି ଦିନ ଧରି ଚାଲିଥିବା ଆବାସିକ ସାଇନିଂଷ୍ଟାର କାର୍ଯ୍ୟକ୍ରମ ଆଜି ଅପରାହ୍ନ ୪ଟା ରେ ଉଦଯାପିତ ହୋଇଯାଇଛି। କମଗାଁ କଲେଜ ର ଅଧ୍ୟକ୍ଷ ପ୍ରେମାନନ୍ଦ ପଟେଲଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭା ରେ ମୁଖ୍ୟ ଅତିଥି ଭାବରେ ଅଵସରପ୍ରାପ୍ତ ଜିଲ୍ଲାଶିକ୍ଷା ଅଧିକାରୀ ମିତ୍ରଭାନୁ କଚ୍ଛପ ଯୋଗ ଦେଇ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳିତ ହେବା ସହିତ ଅକ୍ଲାନ୍ତପରିଶ୍ରମ କରିବାନିମନ୍ତେ ଆହ୍ଵାନ କରିଥିଲେ। ଅତିରିକ୍ତ ଜିଲ୍ଲାଶିକ୍ଷା ଅଧିକାରୀ ସରୋଜ କୁମାର ଭୁଏ ଉପସ୍ଥିତ ଥିଲେ