ଗୋବିନ୍ଦପୁର: ୧୧ ଅକ୍ଟୋବର ରୁ ୧୬ ଡିସେମ୍ବର ମଧ୍ୟରେ ବାମରା ଦେଇ ଯାଉଥିବା ତିନି ଗୋଟି ପ୍ରମୁଖ ଟ୍ରେନ ବାତିଲ ରହିବ
୧୧ ଅକ୍ଟୋବର ରୁ ୧୬ ଡିସେମ୍ବର ମଧ୍ୟରେ ବାମରା ଦେଇ ଯାଉଥିବା ତିନି ଗୋଟି ପ୍ରମୁଖ ଟ୍ରେନ ବାତିଲ ରହିବ।ଏନେଇ ରେଳ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସୂଚନା ଅନୁସାରେ ଦକ୍ଷିଣ ପୂର୍ବ ରେଳବାଇ ଚକ୍ରଧରପୂର୍ ରେଳ ଡିଭିଜନ ର ବିଭିନ୍ନ ସ୍ଥାନରେ ହେବାକୁ ଥିବା ଉନ୍ନୟନ ଓ ମରାମତି କାର୍ଯ୍ୟ ପାଇଁ ବାମରା ଦେଇ ଯାଉଥିବା ଝାରସୁଗୁଡ଼ା ହାଟିଆ ଏକ୍ସପ୍ରେସ, ଝାରସୁଗୁଡ଼ା ରାଉରକେଲା ମେମୁ ପ୍ୟାସେଞ୍ଜର ଓ ଟାଟା ଇତୱାରି ଟ୍ରେନ ଆସନ୍ତା ୧୧ ଅକ୍ଟୋବର ରୁ ୧୬ ଡିସେମ୍ବର ମଧ୍ୟରେ ପ୍ରତି ଦୁଇ ତିନି ଦିନ ବ୍ୟବଧାନ ରେ ବାତିଲ ରହିବ। ଏନେଇ ଗୁରୁବାର ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।