ଢେଙ୍କାନାଳ ସଦର: ଉଆସଡିହି ଗ୍ରାମରେ ବାବା ରାମେଶ୍ବରଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ
ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ନଡିଆଳି ପଞ୍ଚାୟତର ଉଆସଡିହି ଗାଁରେ ନବ ନିର୍ମିତ ବାବା ରାମେଶ୍ବର ଠାକୁରଙ୍କ ବିଗ୍ରହ ପ୍ରତିଷ୍ଠା ଧୁମଧାମରେ ଗ୍ରାମବାସୀଙ୍କ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ରାସବିହାରୀ ବେହେରା, ଜିଲ୍ଲା ଉପ ସଭାପତି ବିଷ୍ଣୁ ପ୍ରାସାଦ ଲେଙ୍କା, ଶଙ୍କରପୁର ମଣ୍ଡଳର ସଭାପତି ସୁଶୀଲ କୁମାର ରାଉତ, ଭାପୁର ମଣ୍ଡଳ ସଭାପତି ଲକ୍ଷ୍ମୀଧର ରାଉତ ଯୋଗଦାନ କରିଛନ୍ତି l