ଜୟପୁର: ପୁରୁଣାସରକାରୀ ବସ ଷ୍ଟାଣ୍ଡ ଠାରୁ ଅନୁସୂଚିତ ଜାତି ଓ ଜନଜାତି ସୁରକ୍ଷା ମଞ୍ଚ ତରଫରୁ ବିକ୍ଷୋଭ ଶୋଭାଯାତ୍ରା, ସୂଚନା ଦେଲେ ବାବୁ ଭାଇ ବଜରଙ୍ଗି
ଅନୁସୂଚିତ ଜାତି ଓ ଜନଜାତି ସୁରକ୍ଷା ମଞ୍ଚ କୋରାପୁଟ ଜିଲ୍ଲା ତରଫରୁ ଏକ ବିକ୍ଷୋଭ ଶୋଭାଯାତ୍ରା ଆଜି ଅପରାହ୍ନ 1 ଘଣ୍ଟା ସମୟରେ ଜୟପୁର ପୁରୁଣା ସରକାରୀ ବସଷ୍ଟାଣ୍ଟରୁ ଆରମ୍ଭ କରି ମୁଖ୍ୟ ରାସ୍ତା ଦେଇ ସୂର୍ଯ୍ୟମହଲ ପର୍ଯନ୍ତ ହୋଇଥିଲା ଏବଂ ସୂର୍ଯ୍ୟମହଲରେ ଏକ ବିକ୍ଷୋଭ ସଭା କରାଯାଇଥିଲା। କୋରାପୁଟ ଜିଲ୍ଲାରେ ଅଧିକାଂଶ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରି ମଧ୍ୟ ଅନୁସୂଚିତ ଜାତିର ମାନ୍ୟତା ପାଇଁ ସରକାରୀ ସୁବିଧା ପାଉଛନ୍ତି ତୁରନ୍ତ ସେମାନଙ୍କୁ ଚିହ୍ନଟ କରାଯାଉ ଏବଂ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।