ଗଞ୍ଜାମ ଜିଲ୍ଲା ଛତ୍ରପୁର ସ୍ଥିତ ଅନସ୍ଲୋ ହାଇସ୍କୁଲ ଠାରେ ପ୍ରଥମ କରି ମଡେଲ ଶିଶୁ ବାଟିକା କକ୍ଷର ଶୁଭାରମ୍ଭ ହୋଇଛି । କକ୍ଷରେ ଶିଶୁ ବାଟିକା ପିଲାମାନଙ୍କ ପାଇଁ କିପରି ଅତି ସହଜରେ ଗୁଣାତ୍ମକ ଶିକ୍ଷା ବୁଝିପାରିବେ ସେଠାରେ ତାହାରି ବ୍ୟବସ୍ଥା ହୋଇଥିବା ବିଧାୟକ ଓ ଜିଲ୍ଲାପାଳ ଦେଖିଥିଲେ। ଶୁକ୍ରବାର ଅପରାହ୍ନରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ।