ମୁଣ୍ଡେର ଗ୍ରାମରେ ହାତୀ ଉପଦ୍ରବରେ ଚଣା ଫସଳ ନଷ୍ଟ ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଳକ ଝାଙ୍କରପାଲି ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡେର ଗ୍ରାମରେ ଶନିବାର ରାତିରେ ହାତୀ ଉପଦ୍ରବ ରେ ଜଣେ ଚାଷୀଙ୍କ ଚଣା ଫସଳ ନଷ୍ଟ ହୋଇଛି । ଜିତେନ୍ଦ୍ର ଭୋଇ ନାମକ ଜଣେ ଚାଷୀ ତାଙ୍କ ବିଲରେ ଚଣା ଚାଷ କରିଥିଲେ । ଗୋଟିଏ ଦନ୍ତାହାତୀ ଆସି ଚଣା ଖାଇବା ସହ ମାଡ଼ି ଦଳି ନଷ୍ଟ କରିଦେଇଛି । ଖବର ପାଇ ବନ ବିଭାଗର କର୍ମଚାରୀ ମାନେ ପହଞ୍ଚି ହାତୀ କୁ ଜଙ୍ଗଲ ଭିତରକୁ ଘଉଡାଇ ଦେଇଥିଲେ ।