ରାଉରକେଲାରେ ଉଦିତ ନଗର ଆମ୍ବେଦକର ଛକରେ କଂଗ୍ରେସ ପକ୍ଷରୁ ରବିବାର ଅପରାହ୍ନରେ ବିକ୍ଷୋଭ ପ୍ରଦର୍ଶନ ସହ ଗଣ ଧାରଣା ଦିଆଯାଇଛି। ମନରେଗା ଯୋଜନାର ନୂଆ ନାମକରଣକୁ ବିରୋଧ କରି ଏହି ଗଣଧାରଣା ଅନୁଷ୍ଠିତ ହୋଇଯାଇଛି। ମନରେଗା କୌଣସି ଚ୍ୟାରିଟି ନୁହେଁ, ଏହା ଏକ ଆଇନତଃ ଗ୍ୟାରେଣ୍ଟି। ଏହି ଯୋଜନାରେ କୋଟିକୋଟି ଗରିବ ଲୋକଙ୍କୁ ସେମାନଙ୍କ ଗ୍ରାମରେ କାମ ମିଳିଲା, ଅନାହାର ଓ ପଳାୟନ କମ ହେଲା, ଗ୍ରାମୀଣ ପାରିଶ୍ରମିକ ବଢିଲା ଓ ମହିଳାଙ୍କ ଆର୍ଥିକ ମେରୁଦଣ୍ଡ ମଜଭୁତ ହେଲା। ଲୋକଙ୍କ ଏହି ଅଧିକାର ସମାପ୍ତ କରିବାକୁ ଏହି ଯୋଜନାର ନାମ ପରିବର୍ତ୍ତନ କରାଯାଇଥିବା କଂଗ୍ରେସ ଅଭିଯୋଗ କରିଛି।