କୋଟପାଡ: ରାମଗିରି ସାପ୍ତାହିକ ହାଟରେ ବିନା ଟେଣ୍ଡରରେ ପାର୍କିଂ ଫି ଆଦାୟ ପଡିଲା ମହଂଗା, ବଟି ଆଦାୟ ମାମଲାରେ ୪ ଅଭିଯୁକ୍ତ ଗିରଫ
Kotpad, Koraput | Sep 14, 2025 ରାମଗିରି ସାପ୍ତାହିକ ହାଟରେ ବିନା ଟେଣ୍ଡରରେ ପାର୍କିଂ ଫି ଆଦାୟ ପଡିଲା ମହଂଗା, ବଟି ଆଦାୟ ମାମଲାରେ ୪ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚଲାଣ କରିଛି ପୋଲିସ l ଆଜି ସନ୍ଧ୍ୟା ସାତୋଟା ସମୟରେ ବୈପାରୀଗୁଡା ଥାନା ପକ୍ଷରୁ ସୂଚନା ମିଳିଛି l ଗିରଫ ଅଭିଯୁକ୍ତ ହେଲେ ରାମଗିରି ଅଂଚଳରେ ରଞ୍ଜିତ ସାଗର (୧୯), ଭଗବାନ ଖରା (୧୯),ଆକାଶ ହରିଜନ (୨୦) ଏବଂ କିରଣ ଡଙ୍ଗରି l ସୂଚନା ଅନୁଯାଇ, ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ରାମଗିରି ସାପ୍ତାହିକ ହାଟରେ ଆସୁଥିବା ଦୁଇ ଚକିଆ ବାଇକକୁ ଦଶ ଟଙ୍କା ଏବଂ ୩ ଚକିଆ ଅଟୋ ଓ ଚାରି ଚକିଆ ଗାଡିକୁ କୁଡ଼ିଏ ଟଙ୍କା ଲେଖାଏଁ ପାର୍କିଂ ଫି ଆଦାୟ କରୁଥିଲେ l