ଝାରସୁଗୁଡ଼ା ଜିଲ୍ଲା ବିଜେପି ପକ୍ଷରୁ ଲଇକେରା ଠାରେ ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କ କୁଶପୁତ୍ତଳିକା ଦାହ ପ୍ରସଙ୍ଗକୁ ନେଇ ନେଇ ଆଜି ସନ୍ଧ୍ୟା ସାଢ଼େ ପାଞ୍ଚଟା ସମୟରେ ଝାରସୁଗୁଡ଼ା ଜିଲ୍ଲା ବିଜେଡ଼ି ଓ ଲଇକେରା ଏବଂ କୁଲାବିରାର ଜନ ପ୍ରତିନିଧି ମାନଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରକାର କାର୍ଯ୍ୟକୁ ନିନ୍ଦା କରିବା ସହିତ ଏକ ନାରୀର କୁଶପୁଳିକା ଦାହ କରି ସମଗ୍ର ନାରୀ ଜାତିର ଅପମାନ କରାଯାଉଥିବା ନେଇ ଅଭିଯୋଗ କରାଯାଇଛି।