ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ କୁଶଙ୍ଗ ଗ୍ରାମରେ ମା’ ଭଗ୍ରତାରା ସାଂସ୍କୃତିକ କଳାକାର ସଂଘ ଆନୁକୂଲ୍ୟରେ ସ୍ଥାନୀୟ ସାଂସ୍କୃତିକ ଭବନ ପରିସରରେ ମକର ମିଳନ ଉତ୍ସବ ଭକ୍ତିମୟ ପରିବେଶରେ ପାଳିତ ହୋଇଯାଇଛି। ସାଂସ୍କୃତିକ ସଭାରେ ସଂଘର ସଭାପତି କରୁଣାକର ବାଗ ଅଧ୍ୟକ୍ଷତା କରିଥିବାବେଳେ ସରପଞ୍ଚ ଗୀତାଞ୍ଚଳୀ ପଟେଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସଂଚାର, ଦଣ୍ଡନୃତ୍ୟ, ଭଜନ, କୃଷ୍ଣଲୀଳା ସହ ବିଭିନ୍ନ ଲୋକକଳା ପ୍ରଦର୍ଶନ ହୋଇଥିବାବେଳେ ଶହଶହ ଦର୍ଶକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ।