ଆଜି ଟିଟିଲାଗଡ ପର୍ଶୁରାମ ଭବନ ଠାରେ ସାହିତ୍ୟ ସଂସ୍କୃତି ଦ୍ୱାରା ଆୟୋଜିତ ମକର ମିଳନ ଉତ୍ସବ ଓ ଓଡ଼ିଆ ସାହିତ୍ୟର ପିତାମହ ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ ବିଧାୟକ ଶ୍ରୀଯୁକ୍ତ ନବୀନ ଜୈନ ଯୋଗ ଦେଇଥିଲେ। ଏହି ଉତ୍ସବ ମାଧ୍ୟମରେ ଆମ ସାହିତ୍ୟ, ସଂସ୍କୃତି ଓ ଓଡ଼ିଆ ପରିଚୟକୁ ସୁଦୃଢ଼ କରିବା ପାଇଁ ଏକ ସୁନ୍ଦର ପ୍ରୟାସ ଦେଖି ଆନନ୍ଦିତ ହୋଇଥିଲେ ବିଧାୟକ। ଆୟୋଜକମାନଙ୍କୁ ହୃଦୟପୂର୍ଣ୍ଣ ଅଭିନନ୍ଦନ ଓ ସମସ୍ତ ସାହିତ୍ୟପ୍ରେମୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ବିଧାୟକ ଶ୍ରୀଯୁକ୍ତ ନବୀନ ଜୈନ