ବୀରମହାରାଜପୁର: ଶଙ୍କରଟିକ୍ରା ଗାଁରେ ପୋଲିସ ର ଚଢାଉ ବିପୁଳ ପରିମାଣରେ ଗଞ୍ଜେଇ ଜବତ ଘର ମାଲିକ ଅଟକ
ଶଙ୍କରଟିକ୍ରା ଗାଁରେ ପୋଲିସ ର ଚଢାଉ ବିପୁଳ ପରିମାଣରେ ଗଞ୍ଜେଇ ଜବତ ଘର ମାଲିକ ଅଟ। ଘର ଭିତରୁ ଗଞ୍ଜେଇ ଜବତ ଘର ମାଲିକ ଅଟକ Iଏମିତି ଏକ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଶଙ୍କରଟିକ୍ରା ଗାଁରେ ଆଜି ପୋଲିସ କୋଣସି ସୂତ୍ରରୁ ଖବର ପାଇ ଏହି ଚଢ଼ାଉ କରିଥିଲା। ଏବଂ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘର ଭିତରୁ 137 ବଣ୍ଡଳ ଗଞ୍ଜେଇ ଜବତ କରିଥିଲା ଯାହାର ଓଜନ 144 କିଲୋ ହେବ ବୋଲି ସୂଚନା ମିଳିଛି। ଘର ମାଲିକ ଭଗବାନ ସାହୁଙ୍କୁ ଅଟକ ରଖି ଅଧିକ ତଦନ୍ତ ଯାରି ରଖିଛି ପୋଲିସ।