ଝାରସୁଗୁଡା: ରାଜ୍ୟରେ ବଢୁଥିବା ମହିଳା ନିର୍ଯ୍ୟାତନା ପ୍ରତିବାଦରେ ବିଜେଡି ଦଳ ପକ୍ଷରୁ ଝାରସୁଗୁଡା ଏସ୍ପିଙ୍କ ଜରିଆରେ ଡିଜିପିଙ୍କୁ ସ୍ୱାରକପତ୍ର ପ୍ରଦାନ
ରାଜ୍ୟରେ ବଢୁଥିବା ମହିଳା ନିର୍ଯ୍ୟାତନା ପ୍ରତିବାଦରେ ବିଜେଡି ଦଳ ପକ୍ଷରୁ ଝାରସୁଗୁଡା ଏସ୍ପିଙ୍କ ଜରିଆରେ ଡିଜିପିଙ୍କୁ ସ୍ୱାରକପତ୍ର ପ୍ରଦାନ କରାଯାଇଛି। ରାଜ୍ୟ ରେ ମହିଳା ନିର୍ଯ୍ୟାତନା ବଢ଼ି ଚାଲିଛି ଏବଂ ରାଜ୍ୟ ରେ ଏବେ ମହିଳା ଅସୁରକ୍ଷିତ ବୋଲି ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି। ତେବେ ଏହାକୁ ନେଇ ଆଜି ସକାଳ ଏଗାରଟା ସମୟରେ ଡିଜିପି ଙ୍କ ଉଦେଶ୍ୟ ରେ ଝାରସୁଗୁଡା ବିଜେଡି ଦଳର ମହିଳା ନେତୃ ମଣ୍ଡଳୀ ଝାରସୁଗୁଡ଼ା ଏସପି ଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏହି ଦାବିପତ୍ର ପ୍ରଦାନ ସମୟରେ ଝାରସୁଗୁଡା ଜିଲ୍ଲା ବିଜେଡ଼ି ସଭାପତି ହରିଷ ଗଣତ୍ରା, ଜିଲ୍ଲା ମହିଳା ସଭାପତି