ହିନ୍ଦୋଳ: ଖଜୁରିଆକଟାଠାରେ ହିନ୍ଦୋଳ ଓଡାପଡା କର୍ମଜିବୀ ସାମ୍ବାଦିକ ସଂଘର ବୈଠକ
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ ଖଜୁରୀଆକଟା ନିକଟ ହୋଟେଲରେ ହିନ୍ଦୋଳ ଓଡାପଡା କର୍ମଜିବୀ ସାମ୍ବାଦିକ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ହିନ୍ଦୋଳ ଓ ଓଡାପଡା ବ୍ଲକର ବହୁ ସାମ୍ବାଦିକ ଯୋଗଦେଇ ଥିଲେ । ସଂଘର ସଭାପତି ଶଶିକାନ୍ତ ଗଡନାୟକଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ ବୈଠକରେ ଅଞ୍ଚଳର ସମସ୍ୟାକୁ ଲୋକ ଲୋଚନକୁ ଆଣିବା ପ୍ରଶାସନ ସହଯୋଗରେ ତାର ସମାଧାନ କରିବା ସହ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା ହୋଇଥିଲା । ଆଗାମୀ ଦିନରେ ସଂଘକୁ ସୁଦୃଢ଼ କରିବା ସହ ଜନସାଧାରଣଙ୍କୁ ସେବା ଯୋଗାଇ ଦେବାକୁ ପ୍ରାଥମିକତା ଦେବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।