ପି ଆର୍ ହାଇ ସ୍କୁଲ ଖେଳପଡିଆରେ ଫ୍ରେଣ୍ଡସ୍ କ୍ଲବ ପକ୍ଷରୁ ଆୟୋଜିତ ଅଲ୍ ଓଡ଼ିଶା ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ ଖେଳ ଉତ୍ସାହଜନକ ଭାବେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଆଜି ଅପରାହ୍ନ 4ଟା ସମୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଭବାନୀ ପାଟଣା ଓ ରାଉରକେଲା ମଧ୍ୟରେ ହୋଇଥିବା ଫୁଟବଲ ମ୍ୟାଚ୍କୁ ଦର୍ଶକମାନେ ବହୁତ ଆନନ୍ଦର ସହ ଉପଭୋଗ କରିଥିଲେ।