ରବିବାର ଅପରାହ୍ନରେ ସାରସକଣା ବିଧାୟକଙ୍କ ସ୍ପର୍ପିଅ ଧକ୍କାରେ ଦୁଇଜଣ ଗୁରୁତର ହେବା ଘଟଣା। ଯାହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଛି। ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧିନ ତଥା ଖୁଣ୍ଟା - ବାରିପଦା ରାଜ୍ୟ ରାଜପଥର ତେରମାଇଲ ଛକରେ ଏହାକୁ ନେଇ ଗ୍ରାମବାସୀ ମାନେ ପ୍ରତିକ୍ରିୟା ଶିଳହୋଇ ପଡ଼ିଥିଲେ ଏବଂ ଏହାକୁ ବିରୋଧ କରି ଗ୍ରାମର ଶତାଧିକ ମହିଳା ପରୁଷ ତେରମାଇଲ ଛକ ନିକଟରେ ସଂଧ୍ୟା ୫ ଟା ଠାରୁ ରାସ୍ତା ଅବରୋଧ କରିଥିଲେ।