ଉଦଳା: ଉଦଳା ହାଇସ୍କୁଲ ଖେଳ ପଡିଆରେ ପଡ଼ିଛି କୁଢ଼ କୁଢ଼ ସରକାରୀ ଔଷଧ
ସରକାରୀ ଔଷଧ ଏବଂ ସିରପ ପଡିଛି ଖେଳ ପଡିଆରେ। ତାହା ପୁଣି କୁଢ଼ କୁଢ଼ ହୋଇ। ବୁଧବାର ଦିନ ପ୍ରାୟ ୧୦ଟାରେ ଏଭଳି ଚିତ୍ର ସାମ୍ନାକୁ ଆସିଛି ଉଦଳା ହାଇସ୍କୁଲ ଖେଳ ପଡିଆରୁ। ଖେଳ ପଡିଆର ଏକ କୋଣରେ ଓଡିଶା ସରକାରଙ୍କ ଦ୍ୱାରା ସରକାରୀ ମେଡିକାଲରେ ଯୋଗାଇ ଦିଆଯାଉଥିବା ବିଭିନ୍ନ ଔଷଧ ଫୋପାଡ଼ି ଦିଆଯାଇଛି।