ଆଜି ଜାନୁଆରୀ 20 ତାରିଖ ମଙ୍ଗଳବାର ଅପରାହ୍ନ 3 ଟା ପାଖାପାଖି ସମୟରେ ଜିଲ୍ଲା ପୋଲିସ କାର୍ଯ୍ୟାଳୟରୁ ଏହି ଚିଠି ପହଞ୍ଚିଛି । ସୁନ୍ଦରଗଡ଼ ସହର ମୁଖ୍ୟତଃ ଟାଉନ ଥାନା କ୍ଷେତ୍ରରେ ଉପୁଜିଥିବା ଇନସର୍ଜେନସିକୁ କଣ୍ଟ୍ରୋଲ କରିବା ତଥା ଲୋକଙ୍କ ସ୍ୱାର୍ଥ ଓ ପୋଲିସର ପ୍ରାଶାସନିକ ଆବଶ୍ୟକତାକୁ ଆଖିରେ ରଖି ଏସପି ଅମ୍ରିତା ପାଲ କୌର ଏହି ନିଷ୍ପତ୍ତି ନେବା ସହ ବଦଳି କରିଛନ୍ତି। ଟାଉନ ଥାନାରେ ସନ୍ଧ୍ୟା 5 ଟା ମଧ୍ୟରେ ଇନ୍ସପେକ୍ଟର ସୁଶାନ୍ତ କୁମାର ପରିଡ଼ା ଯୋଗ ଦେଉଥିବା ଜଣା ପଡିଛି।