ବାରିପଦା ମ୍ୟୁନିସିପାଲଟି: ବାରିପଦା ୱାର୍ଡ ନଂ ୩ ସ୍ଥିତ ଶନି ମନ୍ଦିର ନିକଟରେ ନୂତନ ଭାବେ ହେବାକୁ ଥିବା ଏକ ପୋଲ ର ଶିଳାନ୍ୟାସ କଲେ ନଗରପାଳ
ଶୁକ୍ରବାର ଦିନ ପ୍ରାୟ ୧ ଟାରେ ବାରିପଦା ସହରର ୱାର୍ଡ ନମ୍ବର ୩ ସ୍ଥିତ ଶନି ମନ୍ଦିର ନିକଟରେ ନୂତନ ଭାବେ ହେବାକୁ ଥିବା ଏକ ପୋଲ ର ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିଲେ। ତେବେ ଏହି ଅବସରରେ ସେଠାରେ ୱାର୍ଡ ନମ୍ବର ୩ ର କାଉନସିଲର ରାଜ ଗୁପ୍ତା ଓ ସ୍ଥାନୀୟ ୱାର୍ଡ ବାସୀ ବୃନ୍ଦ ଉପସ୍ଥିତ ରହିଥିଲେ।