ନବରଙ୍ଗପୁର ପୋଲିସ ଷ୍ଟେସନ: ଡିଗୀସଲପା ଠାରେ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ଅନୁଷ୍ଠିତ ଯୋଗଦେଲେ ବହୁ ନେତା
ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଦିଗୀସଲାପ ଠାରେ ମା ଠାକୁରାଣୀ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇ ଆସୁଛି l ଆଜି ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ଅନୁଷ୍ଠିତ ହଇଯାଇଛି l ସମସ୍ତ ଙ୍କ ମଧ୍ୟରେ ଭାଇ ଚାରା ଜାଗ୍ରତ କରିବା ହେଉଛି ଏହି ଖେଳରେ ଉଦେଶ୍ୟ l ଆଜି ଅନ୍ତିମ ଦିନରେ ପଣସପଦର ଏବଂ ଧଡ୍ରା ମଧ୍ୟରେ ହୋଇଥିଲା l ଶେଷରେ ପଣସ ପଦର ବିଜୟ ହାସଲ କରିଥିଲା l ଏହି ଅନ୍ତିମ ଦିନରେ ଆଜି ଅପରାହ୍ନ ୪ ଘଣ୍ଟା ସମୟରେ ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ସନ୍ତୋଷ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ l