ଖଲ୍ଲିକୋଟ୍: ଖଲ୍ଲିକୋଟ ଥାନା ଅଞ୍ଚଳରେ ପୁଣି ବାଇକ ଚୋରି; ନୂତନ ଗୁରୁଣ୍ଠି ଗ୍ରାମରେ ବାଇକ ଚୋରି ନେଇ ଥାନାରେ ଅଭିଯୋଗ
ଖଲ୍ଲିକୋଟ ଥାନା ଅନ୍ତର୍ଗତ ନୂତନ ଗୁରୁଣ୍ଠି ଗ୍ରାମରେ ବାଇକ ଚୋରି ହୋଇଥିବା ନେଇ ଖଲ୍ଲିକୋଟ ଥାନାରେ ଆଜି ଅପରାହ୍ନ ପ୍ରାୟ ୪ ଟା ସମୟରେ ଅଭିଯୋଗ ହୋଇଛି। ସୂଚନା ଅନୁଯାଇ ନୂତନ ଗୁରୁଣ୍ଠି ଗ୍ରାମର ପବିତ୍ର କୁମାର ସାହୁ ନିଜର ଘର ଆଗରେ ରେଡ଼ କଲର ୟୁନିକନ ବାଇକ ନମ୍ବର 0D -07-AC 9752 ରଖିଥିବା ବେଳେ ଗତକାଲି ମଧ୍ୟରାତ୍ରି ରେ କୌଣସି ଦୁର୍ବୃତ୍ତ ଚୋରି କରି ନେଇଯାଇଛି। ପବିତ୍ର ବହୁ ଖୋଜା ଖୋଜି କଲାପରେ ବାଇକ ନ ପାଇ ନିରାଶ ହୋଇ ଶେଷରେ ଖଲ୍ଲିକୋଟ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।