ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ପଥର୍ଲ୍ଲା ଗ୍ରାମରେ ଘଟିଥିବା ଦୁଃଖଦ ଟ୍ରାକ୍ଟର ଦୁର୍ଘଟଣାରେ ଝସକେତନ କମ୍ପଙ୍କ ମୃତ୍ୟୁ ଘଟିଥିଲା। ଏହି ହୃଦୟବିଦାରକ ଘଟଣାରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ପସରିଯାଇଛି। ମୃତ୍ୟୁ ସମ୍ବାଦ ପାଇ ପୁଇଁନ୍ତଲା ବ୍ଲକ ଅଧ୍ୟକ୍ଷ ମୃତକଙ୍କ ଗୃହକୁ ଯାଇ ପରିବାରବର୍ଗଙ୍କୁ ଭେଟି ଗଭୀର ସମବେଦନା ଜଣାଇଥିଲେ। ଶୋକାକୁଳ ପରିବାରକୁ ସାନ୍ତ୍ୱନା ଦେବା ସହ ଅମର ଆତ୍ମାର ସଦଗତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଏହି ଦୁଃଖର ସମୟରେ ପରିବାର ସହ ସଦା ସହଯୋଗରେ ରହିବେ ବୋଲି ବ୍ଲକ୍ ଅଧ୍ୟକ୍ଷ ଆଶ୍ୱାସନ ଦେଇଥିଲେ