ବାସୁଦେବପୁର: ଜୟପୁର ଗାଁରେ ରାସ୍ତା ନଥିବାରୁ ବିଡ଼ିଓଙ୍କ ଭେଟି ଦାବିପତ୍ର ଦେବା ସହ ଭୋଟ ନଦେବାକୁ ଚେତାବନୀ ଦେଲେ ଗାଁଲୋକ
ରାସ୍ତା ନାହିଁ ତ ଭୋଟ ନାହିଁ । ବିଡ଼ିଓଙ୍କୁ ଭେଟି ଦାବି ପତ୍ର ପ୍ରଦାନ ସହ ଚେତାବନୀ ଦେଇଛନ୍ତି ବାସୁଦେବପୁର ବ୍ଲକ ଜୟପୁର ର ଗାଁଲୋକେ । ଦୀର୍ଘ ଦିନ ଧରି ସେମାନଙ୍କ ଗାଁକୁ ଏକ ଭଲ ରାସ୍ତାଟିଏ ନାହିଁ । ଫଳରେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ୱାର୍ଡ ବାସିନ୍ଦା ।ଏ ବାବଦକୁ ନେଇ ଗାଁଲୋକେ ବହୁବାର ବିଡ଼ିଓଙ୍କ ଠାରୁ ଜିଲାପାଳଙ୍କ ପର୍ଯ୍ୟନ୍ତ ଅଭିଯୋଗ କରିଛନ୍ତି । ହେଲେ ପ୍ରଶାସନ ପକ୍ଷରୁ ଆଜି ପର୍ଯ୍ୟନ୍ତ କୌଣସି ସମାଧାନ କରାଗଲା ନାହିଁ । ବାଧ୍ୟ ହେଇ ଆଜି ବିଡ଼ିଓଙ୍କ ଭେଟି ଦାବିପତ୍ର ଦେବା ପରେ ବାସୁଦେବପୁର ବ୍ଲକ ପରିସରରେ ଅପରାହ୍ନ 1ଟା ସମୟରେ ଗାଁଲୋକ ରଖିଲେ ପ୍ରତିକ୍ରିୟା