ବୋରିଗୁମ୍ମା ଜାତୀୟ ରାଜପଥ 26 ଖୁଡ଼ିଗୁଡା ନିକଟରେ ବସ ଧକ୍କାରେ ବାଇକ ଅରୋହି ମୃତ୍ୟୁ ।ମୃତକ ଜଣକ ହେଲେ ବୋରିଗୁମ୍ମା ନିବାସୀ ନାରାୟଣ ଯାନୀ ।କୌଣସି କାମରେ ସେ ଜୟପୁର ଅଭିମୁଖେ ଯାଉଥିବା ସମୟରେ ସାମନା ପଟୁ ଆସୁଥିବା ଗୁପ୍ତା ନାମକ ବସ ସହିତ ଖୁଡ଼ିଗୁଡା ଛକରେ ଧକ୍କା ହେଇଥିଲା ।ଖବର ପାଇ ବୋରିଗୁମ୍ମା ପୋଲିସ ଘଟଣା ସ୍ଥଳକୁ ଯାଇ ବାଇକ ଟିକୁ ଜବତ କରିଥିବା ବେଳେ ବସ ଡ୍ରାଇଭର ବସ ଟିକୁ ନେଇ ଥାନା ସମ୍ମୁଖରେ ରଖି କେଉଁ ଆଡେ ଚମ୍ପଟ ମାରିଥିଲେ।ମୃତ ନାରାୟଣ ଙ୍କ ଶରୀର ବୋରିଗୁମ୍ମା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ରହିଛି ।ପରେ ବହୁ ଉତ୍ତେଜନା ସୃଷ୍ଟି ହୋଇଛି