ପୁଇଁନ୍ତଲା: ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଦୁହେଲ ଗ୍ରାମରେ ଆୟୋଜିତ ଡିଙ୍ଗର କୁଅଁର ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ସାରା ଅଞ୍ଚଳର କ୍ରୀଡାପ୍ରେମୀଙ୍କୁ ଆକର୍ଷିତ କରିଥିଲା। ଏହି ଅବସରରେ ପୁଇନ୍ତଳା ବ୍ଲକ ଅଧ୍ୟକ୍ଷ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ କ୍ରୀଡାକୁ ଶାରୀରିକ ଓ ମାନସିକ ବିକାଶର ମୂଳ ଆଧାର ବୋଲି କହିଥିଲେ। ଟୁର୍ଣ୍ଣାମେଣ୍ଟରେ ବିଭିନ୍ନ ଦଳ ଅଂଶଗ୍ରହଣ କରି ଆକର୍ଷଣୀୟ ଖେଳ ପ୍ରଦର୍ଶନ କରିଥିଲେ। କ୍ରୀଡା ପ୍ରତିଭାଙ୍କୁ ଉତ୍ସାହ ଓ ସମର୍ଥନ ଦେବା ପାଇଁ ଏପରି ଆୟୋଜନ ଆବଶ୍ୟକ ବୋଲି ମତ ପ୍ରକାଶ