ତାଳଚେର ସଦର: ତାଳଚେର ପୋୖରାଞ୍ଚଳରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା
ବିଜୁ ଜନତା ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଆହ୍ଵାନ କ୍ରମେ ତାଳଚେର ବିଧାୟକ ତଥା ଅନୁଗୁଳ ଜିଲ୍ଲା ବିଜେଡ଼ି ସଭାପତି ବ୍ରଜକିଶୋର ପ୍ରଧାନଙ୍କ ନେତୃତ୍ୱରେ ଗୁରୁବାର ସକାଳ ୧୦ ଘଟିକା ସମୟରେ ତାଳଚେର ବସଷ୍ଟାଣ୍ଡ ଠାରୁ ‘ଜନସମ୍ପର୍କ ପଦଯାତ୍ରା' କାର୍ଯ୍ୟକ୍ରମ ବାହାରି ସମ୍ପୂର୍ଣ୍ଣ ତାଳଚେର ପୋୖରାଞ୍ଚଳକୁ ପଦଯାତ୍ରା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୋୖର ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଭ୍ଯ ସଭ୍ୟା, ବ୍ଲକ ସଭାପତି , ସମସ୍ତ ସରପଞ୍ଚ ଓ ସମିତିସଭ୍ୟ, ବିଜୁ ଜନତା ଦଳର ସମସ୍ତ ପଦାଧିକାରୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ ।