ପାନପୋଷ ବ୍ରାହ୍ମଣୀ ନଦୀକୁ ଡେଇଁ ଯୁବକର ଆତ୍ମହତ୍ୟା ଘଟଣାରେ ଯୁବକର ଶବ ଉଦ୍ଧାର ଗତ ବୁଧବାର ଅପରାହ୍ନ ପ୍ରାୟ ୪ଟା ସମୟରେ ବ୍ରାହ୍ମଣୀ ନଦୀକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଥିଲା। ଯୁବକ ଜଣଙ୍କ ହେଲେ ଡେଲି ମାର୍କେଟ ନିକଟ ମାଡ଼ୁ ମହାରାଜା ଗଳିର ଇନ୍ଦ୍ରଜିତ ଦେ (୪୪ବର୍ଷ)। ଏ ନେଇ ପରିବାର ପକ୍ଷରୁ ରଘୁନାଥପାଲି ଥାନରେ ଲିଖିତ ଅଭିଯୋଗ କରିଥିଲେ। ଦୁଇ ଦିନ ବ୍ୟବଧାନରେ ଶୁକ୍ରବାର ପୂର୍ବାହ୍ନରେ ଉକ୍ତ ଯୁବକର ଶବ ଲହୁଣିପଡ଼ା ଥାନା ଅନ୍ତର୍ଗତ ବଣାଇ ନଦୀ ପଟାରୁ ଶବକୁ ଉଦ୍ଧାର କରାଯାଇଛି। ଏ ନେଇ ଲହୁଣିପଡ଼ା ଏକ ଅପମୃତ ମାମଲା ରୁଜୁ କରି ଶବ ବ୍ୟବଚ୍ଛ୍ୟେଦ ପରେ ପରିବାରକୁ ହସ୍ତାନ୍ତର l