ଜୟପୁର: ଅଧିଷ୍ଠାତ୍ରୀ ମା ଭଗବତୀ ମନ୍ଦିରରେ ଷୋଡଶ ଉପଚାର ପୂଜା ଆରମ୍ଭ, ଆଜ୍ଞା ମାଳ ଗ୍ରହଣ କଲେ ବିଧାୟକ
ଜୟପୁରରେ ଏୗତିହାସିକ ଦଶହରା ପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ମା ଭଗବତୀଙ୍କ ପୀଠ ଅଧିଷ୍ଠାତ୍ରୀ ମା ଭଗବତୀ ମନ୍ଦିରରେ ଷୋଡଶ ଉପଚାର ଆରମ୍ଭ ହୋଇଛି। ମା ଭଗବତୀଙ୍କ ଏହି ଷୋଡଶ ପୂଜା ଆରମ୍ଭ ବେଳେ ଆଜି ରାତ୍ର 8ଟା 30 ମିନିଟ ସମୟରେ ଆଜ୍ଞାମାଳକୁ ଗ୍ରହଣ କରିଛନ୍ତି ଜୟପୁର ପୂଜାକମିଟିର ଅଧ୍ୟକ୍ଷ ତାରାପ୍ରସାଦ ବାହିନୀପତି। ଅଧିଷ୍ଠାତ୍ରୀ ଦେବୀ ମା ଦକ୍ଷିଣକାଳିକା ମନ୍ଦିରରେ ମଧ୍ୟ ଷୋଡଶ ଉପଚାର ଆରମ୍ଭ ହୋଇଛି । ମୂଳାଷ୍ଟମୀ ଅବସରରେ ଅଧିଷ୍ଠାତ୍ରୀ ଦେବୀ ମା ଭଗବତୀଙ୍କ ପୀଠରୁ ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ଦେବୀପିଠକୁ ଦଶହରାରେ ଯୋଗ ଦେବାକୁ ନିମନ୍ତ୍ରଣ ଆରମ୍ଭ ହୋଇଛି।