ବଲାଙ୍ଗୀର: ତୁଲସୀନଗର ପଡା ମହାଦେବ ମନ୍ଦିର ନିକଟରେ ଆଜି ଏକ ବାଇକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଯୁବକ ସୁମିତ ବାଗ ଗୁରୁତର ଅବସ୍ଥାରେ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି। ଘଟଣା ସୂଚନା ପାଇ ଅଗ୍ନିଶମ ବିଭାଗ ଦଳ ଘଟଣା ସ୍ଥଳକୁ ପହଁଚି ଯୁବକଙ୍କୁ ଉଦ୍ଧାର କରି ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ (BBMCH) କୁ ନେଇ ଭର୍ତ୍ତି କରାଇଛନ୍ତି। ସୁମିତଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତରମାନେ ତାଙ୍କୁ ନିରୀକ୍ଷଣରେ ରଖି ଚିକିତ୍ସା ଜାରି ରଖିଛନ୍ତି। ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନଥିବାବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।